ଆଇଏସଆଇଏସ ଆତଙ୍କବାଦୀ ଆବୁ ବୁକର ଅଲ ବାଗଦାଦୀ ନିହତ ହେବା ପରେ ସୁରକ୍ଷା ସଂସ୍ଥା ଏବେ ତା’ର ପରିବାର ଉପରେ ନଜର ରଖିଛି । ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରେ ବାଗଦାଦୀର ଭଉଣୀ ରଶମିୟା ଅଭଦକୁ ଲୁଚି ଥିବା ସମୟରେ ଗିରଫ କରିଥିବା ଦାବି କରିଛି । ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ ଏକ କଣ୍ଟେନରରେ ଲୁଚିଥିଲା । ମିଳିଥିବା ସୂଚନା ଅନୁସାରେ , ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ, ତା’ର ସ୍ୱାମୀ ଓ ବୋହୂଙ୍କୁ ଗିରଫ କରାଯାଇଛି । ରଶମିୟା ଅଭଦକୁ ଅଜାଜ ନିକଟିରେ ଲୁଚିଥିବା ଅବସ୍ଥାରେ ଥିବା ବେଳେ ଚଢ଼ାଉ କରି ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଏସଆଇଏସ ମୁଖ୍ୟ ବାଗଦାଦୀକୁ ଏକ ଅପରଶେନ ସମୟରେ ନିହତ କରାଯାଇଥିବା ଦାବି କରିଥିଲେ । ଟ୍ରମ୍ପ କହିଥିଲେ ଯେ, ଇଡଲିଭରେ ଆମେରିକା ଡେଲ୍ଟା ଫୋର୍ସ ଏକ ଅପରେଶନ ସମୟରେ ବାଗଦାଦୀଙ୍କୁ ନିହତ କରିଥିଲା ।