ସମୀକ୍ଷା ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ବାଣପୁର ପାଇକ ସାହି ସାମ୍ନା ମା’ ଭଗବତୀ ଜୁଏଲର ଦୋକାନରୁ ଚୋରି ହୋଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ଦିନ ୧୨ ଘଟିକାରେ ଦୋକାନକୁ ଚାରିଜଣ ମହିଳା ସୁନା କ୍ରୟ କରିବାକୁ ଆସିଥିଲେ। ସେମାନେ ଏକ ସୁନା ଚେନ୍କୁ ଦେଖି ପସନ୍ଦ କରି ବିଲ୍ କରିବା ସମୟରେ ଦୋକାନରୁ ଆଉ ଦୁଇଟି ଚେନ୍ ଗାୟବ କରୁଥିବାର ପ୍ରୟାସ କରୁଥିଲେ। ଦୋକାନୀ ସନ୍ଦେହ କରି ସିସିଟିଭି ଫୁଟେଜ୍ ଦେଖିଲା ପରେ ଏଥିରୁ ସୁନା ଚୋରି କରୁଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଗହଣା ଦୋକାନର ମାଲିକ ୪ଜଣ ମହିଳାଙ୍କୁ ଅଟକାଇବା ସହିତ ପୋଲିସ୍ର ଜିମା ଦେଇଛି। ପୋଲିସ୍ ଏହି ମହିଳାଙ୍କୁ ଚୋରି ସଂକ୍ରାନ୍ତୀୟ ପଚରାଉଚୁରା କରିବାରେ ଲାଗିଛି। ଏହି ମହିଳାମାନେ ସ୍ଥାନୀୟ ବାସିନ୍ଦା ନୁହଁନ୍ତି, ଏମାନେ ଗଞ୍ଜାମ ଜିଲ୍ଲାରୁ ଆସିଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମଧ୍ୟ ଏହି ଦୋକାନରୁ ଅଳଙ୍କାର ଚୋରି ହୋଇଥିବାର ଖବର ରହିଥିଲା। ଦୋକାନଟି ବାଣପୁର ଥାନା ପାର୍ଶ୍ବରେ ରହିଥିବାବେଳେ ଏହି ଦୋକାନରୁ ଦୁଇ ଦୁଇଥର ସ୍ପଷ୍ଟ ଦିବାଲୋକରେ ଚୋରି ହେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି।