ଝାରସୁଗୁଡ଼ା ଜିଲ୍ଲା ବନ ଉନ୍ନୟନ ନିଗମ ଗୋଦାମ ସୁପରଭାଇଜର ଭାବେ କାର୍ଯ୍ୟରତ ସୁମନ୍ତ ପାଇକରାୟ ୧୬ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୌଣସି ଏକ କାମ ନେଇ ଜଣେ ବ୍ୟକ୍ତିଙ୍କୁ ସୁମନ୍ତ ୧୬ହଜାର ଟଙ୍କା ଲାଂଚ ମାଗିଥିଲେ। ଭିଜିଲାନ୍ସ ଖବର ପାଇ ଆଜି ବ୍ୟକ୍ତିଙ୍କ ଠାରୁ ସୁମନ୍ତ ୧୬ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଲାଂଚ ନେଉଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।