ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବିଡିଏ ଅଧିକାରୀ। ବିଡିଏ ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନା। ୧୫ ହଜାର ଟଙ୍କା ଲାଞ୍ଚ ନେଲାେବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ। ଜଣେ ଆବେଦନକାରୀଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେହିପରି ପାଠ୍ୟପୁସ୍ତକ ପ୍ରକାଶନ ଓ ବିପଣନ ସଂସ୍ଥାର ସହକାରୀ ନିର୍ଦେଶକ ମଧ୍ୟ ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପ୍ରସନ୍ନ ସେନାପତି ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡିଛନ୍ତି ।