କର୍ଣ୍ଣାଟକରେ ମିଡ୍ ଡେ ମିଲ୍ ଖାଇ 60 ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମଙ୍ଗଳବାର କର୍ଣ୍ଣାଟକର ଚିତ୍ରାଗୁଡା ଅଞ୍ଚଳରେ ଏହି ଘଟଣା ଘଟିଛି । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଡ୍ ଡେ ମିଲ୍ ଖାଇବା ପରେ ଛାତ୍ରଛାତ୍ରୀଙ୍କର ବାନ୍ତି ହେବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । 125 ଜଣ ଛାତ୍ରଛାତ୍ରୀଙ୍କୁ ଏହି ମିଡ୍ ଡେ ମିଲ୍ ଖାଇବା ପ୍ରଦାନ କରାଯାଇଥିଲା । ଖାଦ୍ୟ ମଧ୍ୟରୁ ଏକ ମୃତ ଝିଟିପିଟି ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ଏହାକୁ ପରୀକ୍ଷାଗାରକୁ ପଠାଯାଇଛି । ବିଗତ ଏକ ମାସ ମଧ୍ୟରେ ସମାନ ସ୍କୁଲରେ ଦ୍ବିତୀୟ ଥର ଏହି ଘଟଣା ଘଟିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ଘଟିଥିବା ଅନ୍ୟ ଏକ ଘଟଣାରେ 12 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ ।