ଅଯୋଗ୍ୟ ଘୋଷିତ ହୋଇଥିବା କର୍ଣ୍ଣାଟକ ବିଧାୟକ ନାରାୟଣ ଗୌଡା ୟେଦୁରପ୍ପାଙ୍କ ବିରୋଧରେ ବୟାନ ଦେଇଛନ୍ତି । କ୍ରିଷ୍ଣରାଜପେଟର ବିକାଶ ପାଇଁ ୟେଦୁରପ୍ପା 1000 କୋଟିର ସହାୟତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ବୋଲି ନାରାୟଣ ଗୌଡା ପ୍ରକାଶ କରିଛନ୍ତି । ଆସ୍ଥା ଭୋଟ ପୂର୍ବରୁ ୟେଦୁରପ୍ପାଙ୍କୁ ସକଳ 5ଟା ସମୟରେ ତାଙ୍କ ବାସଭବନରେ ଭେଟିବା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ 700 କୋଟିର ସହାୟତା ଦାବି କରିଥିଲେ । ବୈଠକରେ ୟେଦୁରପ୍ପା 1000 କୋଟିର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସହିତ ବିଜେପିର କୌଣସି ସମ୍ବନ୍ଧ ନାହିଁ ବୋଲି ମଙ୍ଗଳବାର ୟେଦୁରପ୍ପାଙ୍କ ମନ୍ତବ୍ୟ ପରେ ନାରାୟଣ ଗୌଡା ଏହି ମତ ଦେଇଛନ୍ତି ।