ସମୀକ୍ଷା ବ୍ୟୁରୋ
ଚିଲିକା ତଥା ଆଖପାଖ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଲ୍ଲିଶ୍ରୀ ପକ୍ଷରୁ ଅନୁଷ୍ଠିତ ଏହି ସଫେଇ ଅଭିଯାନ ବୁଧବାର ଦିନ ଚିଲିକାର ହାଟବରଡି ଜେଟିରେ ଅନୁଷ୍ଠିତ ହୋଇଯାଇଛି। ନେଟ୍ଫିସ୍ (ଏମ୍ପେଡା)ର ସହେଯାଗରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଲ୍ଲିଶ୍ରୀର ସମ୍ପାଦକ ଦୁର୍ଗା ପ୍ରସାଦ ଦାସ, ନେଟ୍ଫିସ୍ ଭୁବନେଶ୍ବରର ଓଡିଶା ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର, ଓ୍ବିଜା ନୂଆଦିଲ୍ଲୀ ପକ୍ଷରୁ ଦୁଷ୍ୟନ୍ତ ମାହୋଲି ଏବଂ ଚିଲିକା ହାଟବରଡି ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟମାନେ ଚିଲିକା କୂଳ ସଫା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏଠାରେ ସଫେଇ କାର୍ଯ୍ୟକ୍ରମ ବ୍ୟତୀତ ଚିଲିକାକୁ ଆବର୍ଜନାମୁକ୍ତ କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଚିଲିକାର ସୁରକ୍ଷା ଏବଂ ସଂରକ୍ଷଣ କିପରି କରାଯାଇପାରିବ ତାହା ସମ୍ପର୍କରେ ଏହି ଶିବିରରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଞ୍ଜୀବ କୁମାର ସିଂଦେଓ ଏବଂ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।