ସମୀକ୍ଷା ବ୍ୟୁରୋ
ଜିଲ୍ଲାପାଳ ନିଜ କର୍ମଚାରୀଙ୍କ ଉପରେ ଜରିମାନା ଲଗାଇବା କଥାଟା ବୁଝାପଡୁଛି, କିନ୍ତୁ ଯଦି ଜିଲ୍ଲାପାଳ ନିଜ ଉପରେ ଜରିମାନା ଲଗାଇବେ, ତେବେ । କଥାଟା ଟିକେ ଗଡବଡ ନିଶ୍ଚୟ ଲାଗୁଛି । ତେବେ କଥାଟି ହେଉଛି, ଉତ୍ତରପ୍ରଦେଶର ଗାଜିଆବାଦରର ଜିଲ୍ଲାପାଳ ଅଜୟଶଙ୍କର ପାଣ୍ଡେ ଜଳର ଅଯଥା ଅପଚୟ ପାଇଁ ନିଜ କର୍ମଚାରୀଙ୍କ ସହିତ ନିଜ ଉପରେ ମଧ୍ୟ ସାମୂହିକ ଭାବେ ୧୦ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଅଫିସ୍ରେ ଥିବା ପାଣି ଟାଙ୍କି ଭର୍ତ୍ତି ହୋଇସାରିବା ପରେ ମଧ୍ୟ ପାଣି ଗଡୁଥିଲା । ଏହାର ଶବ୍ଦ ଯେତେବେଳେ ଶୁଣି ଜିଲ୍ଲାପାଳ ଯେତେବେଳେ ଜାଣିଲେ ଯେ, ୧୦ ମିନିଟ୍ ଧରି ପାଣି ଟାଙ୍କି ଭର୍ତ୍ତି ହୋଇ ନଷ୍ଟ ହେବାରେ ଲାଗିଛି । ସାଙ୍ଗେସାଙ୍ଗେ ଅଯଥା ପାଣି ନଷ୍ଟ ପାଇଁ ନିଜ କର୍ମଚାରୀଙ୍କ ସମେତ ନିଜ ଉପରେ ଜରିମାନା ଲଗାଇଦେଲେ ଜିଲ୍ଲାପାଳ। ଜିଲ୍ଲାପାଳ ଜଣକ ନିଜ ଦାୟିତ୍ବବୋଧ ତଥା ସଚ୍ଚୋଟତା ପାଇଁ ବେଶ୍ ପ୍ରସିଦ୍ଧ । ସେ ସମୟାନୁବର୍ତ୍ତୀ ହେବା ସହିତ ନିଜ ରୁମ୍ର ସଫା ନିଜେ ହିଁ କରିଥା’ନ୍ତି ।