ଋଷିଆର ଏକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ଜୋତାରୁ ଦୁଇ କିଗ୍ରା ସୁନା ଜବତ କରାଯାଇଛି । ମଙ୍ଗଳବାର ପୂର୍ବ ସାଇବେରିଆର ଏକ ବିମାନବନ୍ଦରରେ ମହିଳା ଜଣଙ୍କ ଜୋତାରୁ ସୁନା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ଚାଲି ସନ୍ଦେହ ଜନକ ଥିବାରୁ ଯାଞ୍ଚ ସମୟରେ ଜୋତା ମଧ୍ୟରୁ 2 କିଗ୍ରା ସୁନା ଜବତ କରାଯାଇଥିବା ଜଣାପଡିଛି । ମହିଳା ଜଣଙ୍କ ଏକ ଡକ୍ଟ ଟେପ୍ ସହାୟତାରେ ଜୋତାର ତଳ ପାର୍ଶ୍ବରେ ସୁନା ଗୁଡିକୁ ରଖିଥିବା ଜଣାପଡିଛି । ଜବତ ସୁନାର ମୂଲ୍ୟ 79 ହଜାର ଡଲାର ହେବ ବୋଲି ବିମାନ ବନ୍ଦର ମୁଖପାତ୍ର ମାରିନା ବୋକିଓ ସୂଚନା ଦେଇଛନ୍ତି । ଏହି ସୁନା ଗୁଡିକୁ ଋଷିଆରୁ ଚୀନ୍କୁ ନିବଯାଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।