ସାଂସ୍କୃତିକ ମନ୍ତ୍ରାଳୟ ନେହେରୁ ମ୍ୟୁଜିୟମ୍ ଓ ଲାଇବ୍ରେରୀ ସୋସାଇଟିକୁ ପୁନର୍ଗଠନ କରିଛନ୍ତି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଏବଂ କର୍ଣ୍ଣ ସିଂହଙ୍କ ଠାରୁ ଏହି ସୋସାଇଟିର ସଦସ୍ୟତା ବାହାର କରାଯାଇ ତାଙ୍କ ସ୍ଥାନରେ ଟିଭି ସାମ୍ୱାଦିକ ରଜତ ଶର୍ମା, ବିଜେପି ନେତା ଅନିର୍ବାନ ଗାଙ୍ଗୁଲୀ ଏବଂ ଗୀତିକାର ପ୍ରସୁନ ଜୋଶୀଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି । ଏହି ସୋସାଇଟିର ଅଧ୍ୟକ୍ଷ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜି୍ଅମ୍ ଓ ଲାଇବ୍ରେରୀ ନିର୍ମାଣ କରାଯାଇଥିଲ । ଏହି ସୋସାଇଟିର ଉପାଧ୍ୟକ୍ଷ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରମୁଖ ସଦସ୍ୟ ରହିଛନ୍ତି । ନିର୍ଦ୍ଦେଶ ଅନୁସାରେ ଏହି ସମସ୍ତ ସଦସ୍ୟ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୋସାଇଟିର ସଦସ୍ୟ ହୋଇ ରହିବେ । ନଭେମ୍ବର ୫ ତାରିଖରେ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି ପରେ ଏହାକୁ ନେଇ କଂଗ୍ରେସ ବିଜେପିକୁ ଘେରିପାରେ ।