ପଞ୍ଚକୁଲା ହିଂସା ମାମଲାରେ ଗୁରୁରାମ ରହିମ୍ଙ୍କ ପୋଷ୍ୟା କନ୍ୟା ହନିପ୍ରୀତ୍ଙ୍କୁ ଆଜି ଜମାନତ ମିଳିଛି । ହନିପ୍ରୀତ୍ଙ୍କ ଉପରେ ଦେଶଦ୍ରୋହ ଆରୋପ ହଟିବା ପରେ ପଞ୍ଚକୁଲା କୋର୍ଟରଙ୍କୁ ତାଙ୍କୁ ଜାମି ନ ମିଳିଛି । ଦୁଷ୍କର୍ମ ଆରୋପୀ ଡୋରା ସଚ୍ଚା ସୌଦା ପ୍ରମୁଖ ଗୁରୁମିତ୍ ରାମ ରହିମ୍ଙ୍କ ଜେଲ୍ ଯିବା ପରେ ପଞ୍ଚକୁଲାରେ ହିଂସା ଘଟାଇବା ମାମଲାରେ ହନିପ୍ରୀତଙ୍କୁ ଜେଲ୍ଯିବାକୁ ପଡ଼ିଥିଲା । ଏକ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ବଣ୍ଡ ଉପରେ ହନିପ୍ରୀତ୍ଙ୍କୁ ଜମାନତ ମିଳିଛି । ପଞ୍ଚକୁଲା ସେକ୍ଟର ୫ ଥାନା ଅନ୍ତର୍ଗତ ଏଫଆଇଆର୍ ନମ୍ବର ୩୪୫ରେ ଉପରେ ପଞ୍ଚକୁଲା କୋର୍ଟରେ ଶୁଣାଣୀ ହୋଇଥିଲା । ଡେରା ପ୍ରମୁଖ ଗୁରୁମିତ୍ ରାମ ରହିମ୍ ସଜ୍ଜା ମିଳିବା ପରେ ୨୦୧୭, ଅଗଷ୍ଟ ୨୫ରେ ହରିୟାଣାର ପଞ୍ଚକୁଲାରେ ହୋଇଥିବା ହିଂସା ପାଇଁ ହନିପ୍ରୀତ୍ଙ୍କୁ ଜେଲ୍ଦଣ୍ଡ ମିଳିଥିଲା । ଏହି ହିଂସାରେ ୪୧ ଲୋକ ମୃତ୍ୟୁବରଣ କରିଥିବାବେଳେ ୨୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ହନିପ୍ରୀତ୍ ମୋଟ ୮୦୩ ଦିନ ଜେଲ୍ରେ ରହିଥିଲେ । ପଞ୍ଚକୁଲା ସିଜିଏମ୍ ରୋହିତ୍ ବତ୍ସ ଆଜି ହନିପ୍ରୀତ୍ଙ୍କ ଜମାନତ ଯାଚିକାକୁ ମଞ୍ଜୁର କରିଛନ୍ତି । ଗତ ସପ୍ତାହରେ ତାଙ୍କ ଉପରୁ ଦେଶଦ୍ରୋହ ଧାରା ଉଠିଥିବବେଳେ ଆଜି ତାଙ୍କୁ ଜମାନତ ମିଳିଛି। ଆଇପିସିର ଧାରା ୨୧୬, ୧୪୫, ୧୫୦, ୧୫୧,୧୫୨, ୧୫୩ ଓ ୧୨୦ ବି ଆଧାରରେ ହନିପ୍ରୀତ ଓ ଅନ୍ୟ ଅଭିଯୁକ୍ତ ଦୋଷୀ ହୋଇଥିଲେ ।