ପ୍ରଥମ ଟି20 ମୁକାବିଲାରେ ପରାଜିତ ହେବା ପରେ ବାଂଲାଦେଶ ବିପକ୍ଷ ଟି20 ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଦିଲ୍ଲୀ ମ୍ୟାଚ୍ରୁ ବାଦ ପଡିଥିବା ଓପ୍ନର ଶିଖର ଧଓ୍ବନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସେହିପରି ମଧ୍ୟକ୍ରମରେ କେ ଏଲ୍ ରାହୁଲ୍ ବିଫଳ ହୋଇଥିବାରୁ ସଞ୍ଜୁ ସାମ୍ସନ କିମ୍ବା ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ଅପରପକ୍ଷରେ ପଦାର୍ପଣରେ ବିଫଳ ହୋଇଥିବା ଶିବମ ଦୁବେଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିପାରେ । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବାଂଲାଦେଶ 1-0 ରେ ଅଗ୍ରଣୀ ହାସଲ କରିଛି । ଫଳରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ପରସ୍ଥିତି ସୃଷ୍ଟି କରିଛି ।