ଅଯୋଧ୍ୟା ମାମଲାର ଐତିହାସିକ ରାୟ ଆସିବା ପରେ ଭିନ୍ନ ଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ ଏଆଇଏମ୍ଆଇଏମ୍ର ଅଧ୍ୟକ୍ଷ ଅସସିଦ୍ଦୁନ୍ ଓ୍ବଓ୍ବେସୀ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଓ୍ବଓେସି କହିଛନ୍ତି ଯେ, ମୁସଲିମ୍ ପର୍ସନାଲ୍ ଲ୍ ବୋର୍ଡ ପରି ସେ ମଧ୍ୟ ଉଚ୍ଚତମ ନ୍ୟାୟଳୟଙ୍କ ନିଷ୍ପତ୍ତିରେ ସହମତ ନୁହଁନ୍ତି । ନ୍ୟାୟାଳୟଙ୍କ ଦ୍ବାରା ଭୁଲ୍ ମଧ୍ୟ ହୋଇପାରେ । ଯିଏ, ବାବ୍ରୀ ମସ୍ଜିଦ୍ ଭାଙ୍ଗିଥିଲେ, ତାଙ୍କୁ ଟ୍ରଷ୍ଟ କରି ରାମ ମନ୍ଦିର ନିର୍ମାଣ ଦାୟିତ୍ବ ଦିଆଯାଇଛି । ଆମକୁ ଭାରତୀୟ ସମ୍ବିଧାନ ଉପରେ ଭରସା ଅଛି । ଆମେ ଆମ ଅଧିକାର ପାଇଁ ଲଢେଇ କରୁଥିଲୁ । ୫ଏକର ଜମିର ସହାୟତା ଆବଶ୍ୟକ ନାହିଁ । ଓ୍ବଓେସୀ କହିଛନ୍ତି ଯେ, ଦେଶର ମୁସଲମାନ ଉତ୍ତରପ୍ରଦେଶରେ ପାଞ୍ଚ ଏକର ଜମି କିଣିପାରିବେ । ଆମର ଲଢେଇ ନ୍ୟାୟ ପାଇ ଥିଲା, ଆମକୁ ସହାୟତା ଆବଶ୍ୟକତା ନାହିଁ । ମୁସଲିମ୍ ପର୍ସନାଲ ଲ ବୋର୍ଡ ଏହି ଜମିକୁ ଅଗ୍ରାହ୍ୟ କରିଦେବା ଉଚିତ୍ ବୋଲି କହିଛନ୍ତି ଓ୍ବଓ୍ବେସୀ ।