Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ମହାନାଟକ : ଜାରି ହୋଇପାରେ ରାଷ୍ଟ୍ରପତି ଶାସନ ! ସୁପ୍ରିମ୍‌କୋର୍ଟରେ ଶିବସେନା,
ଆଜିର ଖବର

ମହାରାଷ୍ଟ୍ର ମହାନାଟକ : ଜାରି ହୋଇପାରେ ରାଷ୍ଟ୍ରପତି ଶାସନ ! ସୁପ୍ରିମ୍‌କୋର୍ଟରେ ଶିବସେନା,

November 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ- ( ଏଜେନ୍ସି) ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସମ୍ଭାବନା ଦେଖାଦେଇଛି । ନିର୍ବାଚନ ଫଳାଫଳ ବାହାରିବାର ୨୦ ଦିନ ଭିତରେ ସରକାର ଗଠନ ହେବା ନେଇ ଏବେବି ସନ୍ଦେହ। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ତରଫରୁ ରାଷ୍ଟ୍ରପତି ଶାସନ ଲାଗୁ କରିବା ଅନୁରୋଧକୁ କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏହାରି ମଧ୍ୟରେ ଶିବସେନା ଏହି ଅନୁରୋଧ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଶିବସେନା ତରଫରୁ ଆଇନଜୀବୀ ସୁନିଲ ଫର୍ନାଡିଜ ଏହି ଆବେଦନ ଦାଖଲ କରିଛନ୍ତି । ଶିବସେନା ନିଜର ଆବେଦନରେ ରାଜ୍ୟପାଳଙ୍କ ତରଫରୁ ଦଳକୁ ସରକାର ଗଠନ କରିବା ପାଇଁ ଦିଆଯାଇଥିବା ସମୟକୁ ବୃଦ୍ଧି ନକରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜଭବନ ଗୃହ ମନ୍ତ୍ରାଳୟକୁ ରାଷ୍ଟ୍ରପତି ଶାସନ ପାଇଁ ଅନୁରୋଧ କରି କହିଛନ୍ତି, ମହାରାଷ୍ଟ୍ରରେ ସମ୍ୱିଧାନ ଅନୁସାରେ ସରକାର ଗଠନ ହେବା କଷ୍ଟ ହୋଇଛି। ରବିବାରରୁ ସୋମବାର ପର୍ଯ୍ୟନ୍ତ ଶିବସେନା ସରକାର ଗଢି ନପାରିବା ପରେ ସୋମବାର ଦିନ ସନ୍ଧ୍ୟାରେ ରାଜ୍ୟପାଳ ତୃତୀୟ ସବୁଠାରୁ ବଡ ଦଳ ଏନସିପିକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଥିଲେ । ଏନସିପିକୁ ମିଳିଥିବା ଏହି ସମୟ ଆଜି ରାତି ୮.୩୦ରେ ଶେଷ ହେବ । ଏନସିପି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ସରକାର ଗଠନ କରିବା ନେଇ କୌଣସି ଦାବି ଉପସ୍ଥାନ କରାଯାଇ ନାହିଁ । ଅପରପକ୍ଷରେ କଂଗ୍ରେସ ମଧ୍ୟ ଶିବସେନାକୁ ସରକାର ଗଠନ କରିବା ନେଇ ସ୍ପଷ୍ଟ କରିନାହିଁ । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗିଥିବା ସଂଶୟ ତୁଟିପାରୁନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025
Latest News

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.