Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ମହାନାଟକ : ଜାରି ହୋଇପାରେ ରାଷ୍ଟ୍ରପତି ଶାସନ ! ସୁପ୍ରିମ୍‌କୋର୍ଟରେ ଶିବସେନା,
ଆଜିର ଖବର

ମହାରାଷ୍ଟ୍ର ମହାନାଟକ : ଜାରି ହୋଇପାରେ ରାଷ୍ଟ୍ରପତି ଶାସନ ! ସୁପ୍ରିମ୍‌କୋର୍ଟରେ ଶିବସେନା,

November 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ- ( ଏଜେନ୍ସି) ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସମ୍ଭାବନା ଦେଖାଦେଇଛି । ନିର୍ବାଚନ ଫଳାଫଳ ବାହାରିବାର ୨୦ ଦିନ ଭିତରେ ସରକାର ଗଠନ ହେବା ନେଇ ଏବେବି ସନ୍ଦେହ। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ତରଫରୁ ରାଷ୍ଟ୍ରପତି ଶାସନ ଲାଗୁ କରିବା ଅନୁରୋଧକୁ କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏହାରି ମଧ୍ୟରେ ଶିବସେନା ଏହି ଅନୁରୋଧ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଶିବସେନା ତରଫରୁ ଆଇନଜୀବୀ ସୁନିଲ ଫର୍ନାଡିଜ ଏହି ଆବେଦନ ଦାଖଲ କରିଛନ୍ତି । ଶିବସେନା ନିଜର ଆବେଦନରେ ରାଜ୍ୟପାଳଙ୍କ ତରଫରୁ ଦଳକୁ ସରକାର ଗଠନ କରିବା ପାଇଁ ଦିଆଯାଇଥିବା ସମୟକୁ ବୃଦ୍ଧି ନକରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜଭବନ ଗୃହ ମନ୍ତ୍ରାଳୟକୁ ରାଷ୍ଟ୍ରପତି ଶାସନ ପାଇଁ ଅନୁରୋଧ କରି କହିଛନ୍ତି, ମହାରାଷ୍ଟ୍ରରେ ସମ୍ୱିଧାନ ଅନୁସାରେ ସରକାର ଗଠନ ହେବା କଷ୍ଟ ହୋଇଛି। ରବିବାରରୁ ସୋମବାର ପର୍ଯ୍ୟନ୍ତ ଶିବସେନା ସରକାର ଗଢି ନପାରିବା ପରେ ସୋମବାର ଦିନ ସନ୍ଧ୍ୟାରେ ରାଜ୍ୟପାଳ ତୃତୀୟ ସବୁଠାରୁ ବଡ ଦଳ ଏନସିପିକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଥିଲେ । ଏନସିପିକୁ ମିଳିଥିବା ଏହି ସମୟ ଆଜି ରାତି ୮.୩୦ରେ ଶେଷ ହେବ । ଏନସିପି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ସରକାର ଗଠନ କରିବା ନେଇ କୌଣସି ଦାବି ଉପସ୍ଥାନ କରାଯାଇ ନାହିଁ । ଅପରପକ୍ଷରେ କଂଗ୍ରେସ ମଧ୍ୟ ଶିବସେନାକୁ ସରକାର ଗଠନ କରିବା ନେଇ ସ୍ପଷ୍ଟ କରିନାହିଁ । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗିଥିବା ସଂଶୟ ତୁଟିପାରୁନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026
Latest News

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.