ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସାଧ୍ବୀ ପ୍ରଜ୍ଞା: ବିଜେପିକୁ ଟାର୍ଗେଟ୍‌ କଲା କଂଗ୍ରେସ

Published: Nov 21, 2019, 12:44 pm IST
pragyan thakur got a week relaxation from nia

ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର୍‌ଙ୍କୁ  ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସ୍ଥାନ ମିଳିଛି । ସାଧ୍ବୀ ପ୍ରଜ୍ଞା ଏହି କମିଟିର ସଦସ୍ୟ ହୋଇଛନ୍ତି । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସାଧ୍ବୀ ପ୍ରଜ୍ଞା ନିର୍ବାଚନରେ ବଡ ଜିତ୍‌ ହାସଲ କରିଥିଲେ । ଲୋକସଭା ପରେ ମଧ୍ୟ ସେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ରକ୍ଷା ମାମଲାରେ ଏହି କମିଟିରେ ମୋଟ ୨୧ ଜଣ ସଦସ୍ୟ ରହିଛନ୍ତି । ଏହି ସଦସ୍ୟଙ୍କ ମଧ୍ୟରେ ସାଧ୍ବୀ ପ୍ରଜ୍ଞା ସିଂହଙ୍କ ନାମ ସାମିଲ୍‌ ହୋଇଛନ୍ତି । ଏହି କମିଟିର ସଭାପତି ରାଜନାଥ ସିଂହ ରହିଥିବାବେଳେ ଏହି କମିଟିରେ ଫାରୁକ୍‌ ଅବଦୁଲ୍ଲା, ଏ.ରାଜା, ସୁପ୍ରିୟା ସୁଲେ, ମୀନାକ୍ଷୀ ଲେଖି, ରାକେଶ ସିଂ, ଶରଦ ପାଓ୍ବାର, ଜେପି ନଡ୍ଡା ପ୍ରମୁଖ ସାମିଲ୍‌ ରହିଛନ୍ତି । ତେବେ ସ୍ବାଧୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ୍‌ କରିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି । କମଲନାଥ ସରକାରର ମନ୍ତ୍ରୀ ପିସି ଶର୍ମା ଏହି ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ଯେ, ବିଜେପି କଥା ଓ କାମରେ ସବୁବେଳେ ଫରକ ରଖିଥାଏ। ସେହିପରି ଅନ୍ୟତମ କଂଗ୍ରେସ ନେତା ଜୟବୀର ସେର୍‌ଗିଲ୍‌ ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଜ୍ଞା ଠାକୁର୍‌ ରକ୍ଷା ମନ୍ତ୍ରାଳୟ କମିଟିରେ ସାମିଲ୍‌ ହୋଇଛନ୍ତି। ବିଜେପି ସରକାର ଜାତୀୟତାକୁ ଏକ ନୂଆ ସଂଜ୍ଞା ଦେଇଛନ୍ତି । ବମ ବିସ୍ଫୋରଣ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କୁ ରକ୍ଷା ମାମଲାରେ ସାମିଲ୍‌ କରାଯାଇଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଜ୍ଞାଙ୍କୁ ‘ମନରୁ କ୍ଷମା ଦେଇନାହାନ୍ତି’ ବୋଲି କହିଥିଲେ, କିନ୍ତୁ ତାଙ୍କୁ  ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସଦସ୍ୟତା କରାଯାଇଛି । ଏହି ଘଟଣାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରି କହିଛି ଯେ, ଏବେ ଗଡ୍‌ସେଙ୍କ ଭକ୍ତଙ୍କ ଲାଗି ଅଚ୍ଛେ ଦିନ୍‌ ଆସିଛି ।

Related posts