ଆଜି ଇଡେନ୍‌ରେ ଭାରତର ଦିବାରାତ୍ର ଟେଷ୍ଟ ପଦାର୍ପଣ

Published: Nov 22, 2019, 9:11 am IST

କୋଲକାତା : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆଜି ଇଡେନ ଗାର୍ଡେନ୍‌ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଗୋଲାପି ବଲ୍‌ ଓ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଇନ୍ଦୋରରେ ଭାରତୀୟ ପେସ୍ ବୋଲରଙ୍କ ମୁକାବିଲା କରିବାରେ ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିବା ବେଳେ ଗୋଲାପି ବଲ୍‌ରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ସେମାନେ ରହିଛନ୍ତି। ତେବେ ଫ୍ଲଡ୍‌ଲାଇଟ୍‌ରେ ଗୋଲାପି ବଲ୍‌ର ମୁକାବିଲାକୁ ନେଇ ଉଭୟ ଦଳ ସମସ୍ୟାରେ ରହିଥିବା ଜଣାପଡିଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏରୁ ଦୁଇଟି ପରିବର୍ତ୍ତନର ସମ୍ଭାବନା ରହିଛି। (ଏଜେନ୍ସୀ)

Related posts