୫୯ତମ ମନ୍‌ କୀ ବାତ୍‌ରେ ଏନ୍‌ସସି, ଫିଟ୍‌ ମୁଭମେଣ୍ଟ ଓ ଅଯୋଧ୍ୟାର କଥା କହିଲେ ମୋଦି

Published: Nov 24, 2019, 12:14 pm IST

ନୂଆଦିଲ୍ଲୀ,୨୪/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫୯ତମ ମନ କି ବାତରେ ମୋଦି ଏନ୍‌ସିସି ଡେ’ ଅବସରରେ ଯୁବପିଢି ଏବଂ ଏନ୍‌ସିସି ବିଷୟରେ କହିଛନ୍ତି । ଏନସିସିର ଅର୍ଥ ହେଉଛନ୍ତି ନେତୃତ୍ବ, ଦେଶଭକ୍ତି, ସ୍ବେଚ୍ଛାକୃତ ସେବାର ଅର୍ଥ । ଏହା ଅନୁଶାସନ ଶିଖାଇଥାଏ ବୋଲଇ କହିଛନ୍ତି ମୋଦି। ଏତଦ୍‌ବ୍ୟତୀତ  ଭାରତର ଫିଟ୍‌ ମୁଭମେଣ୍ଟ ବିଷୟରେ ମଧ୍ୟ ମୋଦି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଫିଟ୍ ଇଣ୍ଡିଆ ମୁଭମେଣ୍ଟରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ତାଙ୍କର ପିତାମାତା ଭାଗ ନେବେ। ତେଣୁ ସମସ୍ତ ସ୍କୁଲ ଫିଟ୍ ଇଣ୍ଡିଆରେ ସାମିଲ ହୁଅନ୍ତୁ ବୋଲି ସେ ମୋଦି ଆହ୍ଵାନ କରିଛନ୍ତି।  ସେହିପରି ନଭେମ୍ବର ୯ ତାରିଖରେ ଅଯୋଧ୍ୟା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ମୋଦି କହିଛନ୍ତି ଯେ, ଏହା ୧୩୦କୋଟି ଭାରତୀୟଙ୍କ ବିଜୟ  ଦେଶରେ ଶାନ୍ତି, ସଦଭାବ ସର୍ବୋପରି। ଆମ ସଭ୍ୟତା, ସଂସ୍କୃତି ଏବଂ ଭାଷା ସମ୍ପୂର୍ଣ୍ଣ ବିଶ୍ଵରେ ବିବିଧତା ମଧ୍ୟରେ ଏକତାର ସନ୍ଦେଶ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। (ଏଜେନ୍ସି)

Related posts