
କୋଲକାତା, ୨୪/୧୧: ଭାରତ ଲଗାତାର ଚତୁର୍ଥ ଥର ଇନିଂସ ବିଜୟୀ ହୋଇ ଟେଷ୍ଟ କ୍ରିକେଟର ୧୪୨ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତ ବାଂଲାଦେଶକୁ ଲଗାତାର ୨ଟି ଟେଷ୍ଟରେ ଇନିଂସ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ୨ଟି ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଥିଲା। ଏହା ସହିତ ଭାରତ ଲଗାତାର ଭାବେ ୭ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ରେକର୍ଡ ଭାଙ୍ଗିଛି। କୋଲକାତା ଟେଷ୍ଟରେ ଭାରତୀୟ ପେସ୍ ବୋଲର ୧୯ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ପେସର ୧୭ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। (ଏଜେନ୍ସୀ)