ପାଓ୍ବାର ଦେଖାଇଲେ କଂଗ୍ରେସ-ଏନ୍‌ସିପି-ଶିବସେନା : ହୋଟେଲରେ ଏକାଠି ହେଲେ ୧୬୨ ବିଧାୟକ

Published: Nov 25, 2019, 7:33 pm IST

ମୁମ୍ବାଇ, ୨୫/୧୧:  ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକକ୍ରମରେ ପ୍ରତ୍ୟେକ ଦିନ କିଛି କିଛି ନୂଆ ଘଟଣା ଦେଖିବାକୁ ମିଳିଛି । ଏଠି ସମେସ୍ତ ସମସ୍ତଙ୍କ ପାଓ୍ବାର ଦେଖାଇବାରେ ବ୍ୟସ୍ତ ରହିଛନ୍ତି । ବିଜେପି ରାତାରାତି ନିଜ ପାଓ୍ବାର ଜରିଆରେ ସରକାର ଗଢିଥିବାବେଳେ ଏବେ କଂଗ୍ରେସ-ଏନ୍‌ସିପି- ଶିବସେନା ନିଜର ପାଓ୍ବାର ଦେଖାଉଛନ୍ତି।  ବିଜେପି ଅଜିତ୍‌ ପାଓ୍ବାରଙ୍କ ସହ ମିଶି ସରକାର ଗଠନ କରିଥିବାବେଳେ ଫ୍ଲୋରଟେଷ୍ଟ ହେବାକୁ ବାକି ରହିଛି। ଅପରପକ୍ଷରେ ଆଜି ସନ୍ଧ୍ୟାରେ ମୁମ୍ବାଇର ହୋଟେଲ୍‌ ଗ୍ରାଣ୍ଡ ହୟାତ୍‌ଠାରେ ଏନ୍‌ସିପି-କଂଗ୍ରେସ ଓ ଶିବସେନାର ୧୬୨ ବିଧାୟକଙ୍କ ଏକ ମିଳନ ଉତ୍ସବ ଘଟିଛି । ‘ଓ୍ବି ଆର୍‌ ୧୬୨’ର ବ୍ୟାନର୍‌ ଲଗାଇ ଏକ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ସୁପ୍ରିୟା ସୁଲେ, କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ୍‌ଗେ, ଚରଣ ସିଂ ସାପରା, ଉଦ୍ଧବ ଠାକ୍‌ରେ, ଆଦିତ୍ୟ ଠାକ୍‌ରେ, ନଓ୍ବାବ୍‌ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଶିବସେନାର ପ୍ରବକ୍ତା ସଞ୍ଜୟ ରାଉତ ଆଜି ଏକ ଟୁଇଟର୍‌ରେ କହିଥିଲେ ‘ଆମେ ସବୁ ଏକାଠି ଅଛି । ସନ୍ଧ୍ୟା ୭ଟା ପରେ କଂଗ୍ରେସ-ଏନ୍‌ସିପି-ଶିବସେନାର ୧୬୨ ବିଧାୟକଙ୍କୁ ହୋଟେଲ୍‌ ହୟାତ୍‌ରେ ଏକାଠି ଦେଖିବାକୁ ମିଳିବ ବୋଲି କହିଥିଲେ । ସଞ୍ଜୟ ରାଉତ୍‌ ଏହି ଯ ଟୁଇଟ୍‌କୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ମଧ୍ୟ ଟ୍ୟାଗ୍‌ କରି କହିଥିଲେ ଯେ, ଆପଣ ଆସି ଆମକୁ ଏକାସାଙ୍ଗରେ ଦେଖିପାରନ୍ତି । (ଏଜେନ୍ସି)

Related posts