ତିହାରରେ ଚିଦାମ୍ବରମଙ୍କୁ ଭେଟିଲେ ରାହୁଲ ଏବଂ ପ୍ରିୟଙ୍କା

Published: Nov 27, 2019, 9:40 am IST

ନୂଆଦିଲ୍ଲୀ,27/11: ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତିହାର ଜେଲ୍‌ରେ ରାହୁଲ ଏବଂ ପ୍ରିୟଙ୍କା ଚିଦାମ୍ବରମଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତିହାରର ଜେଲ୍‌ ନମ୍ବର 7ରେ ଉଭୟ ଚିଦାମ୍ବରମଙ୍କୁ ଭେଟିଥିବା ନେଇ ଜେଲ୍‌ ଡିଜି ସନ୍ଦୀପ ଗୋୟଲ ସୂଚନା ଦେଇଛନ୍ତି । ବିଗତ ଏକ ମାସ ମଧ୍ୟରେ ଏହା କଂଗ୍ରେସ ନେତୃବୃନ୍ଦଙ୍କ ଦ୍ବିତୀୟ ଗସ୍ତ । ଉଲ୍ଲେଖଯୋଗ୍ୟ ଯେ, ଏକ ମାସ ପୂର୍ବରୁ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂ ଚିଦାମ୍ବରମଙ୍କୁ ଭେଟିଥିଲେ । (ଏଜେନ୍ସୀ)

Related posts