Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଥନୀତି ଜାଣିନାହାନ୍ତି ନିର୍ମଳା ସୀତାରମଣ : ସୁବ୍ରମଣ୍ୟମ ସ୍ବାମୀ
ଆଜିର ଖବର

ଅର୍ଥନୀତି ଜାଣିନାହାନ୍ତି ନିର୍ମଳା ସୀତାରମଣ : ସୁବ୍ରମଣ୍ୟମ ସ୍ବାମୀ

December 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,1/12: ଦେଶର ଜିଡିପିରେ ହ୍ରାସ ଘଟିବା ନେଇ ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କୁ ବର୍ତ୍ତମାନ ନିଜ ଦଳର ସଦସ୍ୟଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ସ୍ବାମୀ । ନିର୍ମଳା ସୀତାରମଣଙ୍କୁ ଅର୍ଥନୀତି ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ହାଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ସ୍ବାମୀ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସରକାର ଜିଡିପି 4.5 ରହିଥିବା କହୁଥିଲେ ମଧ୍ୟ ବାସ୍ତବରେ ଏହା 1.5ରୁ 2 ପ୍ରତିଶତ ମଧ୍ୟରେ ରହିଛି ବୋଲି ସ୍ବାମୀ କହିଥିଲେ । ବିଗତ 6 ବର୍ଷ ମଧ୍ୟରେ ଏହା ଭାରତୀୟ ଅର୍ଥନୀତିର ଏହା ସବୁଠାରୁ ଖରାପ ପ୍ରଦର୍ଶନ ବୋଲି ସ୍ବାମୀ ମତ ଦେଇଛନ୍ତି । ସୀତାରମଣଙ୍କର ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଅଭିଜ୍ଞତାର ଅଭାବ ଦେଶର ଅର୍ଥନୀତିକୁ ନିମ୍ନଗାମୀ କରୁଛି ବୋଲି ସ୍ବାମୀ କହିଛନ୍ତି । ଭାରତୀୟ ଅର୍ଥନୀତି ସବୁଠାରୁ ଦୁର୍ବଳ ସ୍ଥିତିରେ ରହିଥିଲେ ମଧ୍ୟ ଦେଶରେ ମାନ୍ଦାବସ୍ଥାର ପରସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ରାଜ୍ୟସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉତ୍ପାଦନ କ୍ଷେତ୍ରରେ ଦେଖାଦେଇଥିବା ଶୀଥିଳତା ପାଇଁ ସରକାର 110 କୋଟିର ଏକ ନିବେଶ ଯୋଜନା କରୁଛନ୍ତି ଏବଂ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୀତାରମଣ କହିଛନ୍ତି । (ଏଜେନ୍ସୀ)

gdp subramanyamswami
Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.