ସାମ୍ନାକୁ ଆସିଲା ‘ଆଟାକ୍‌’ର ଫାଷ୍ଟ ଲୁକ୍‌

Published: Dec 1, 2019, 5:39 pm IST

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ, ୧/୧୨: ଜନ ଆବ୍ରାହମ୍‌ଙ୍କ ଅପକମିଙ୍ଗ୍‌  ଥ୍ରିଲର୍‌ ‘ଆଟାକ୍‌’ର ଆଜି ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଫିଲ୍ମଟି ୧୪ ଅଗଷ୍ଟ ୨୦୨୦ରେ ରିଲିଜ୍‌ ହେବାକୁ ରହିଛି । ପୂର୍ବରୁ  ଜନ୍‌ଙ୍କ ୨୦୧୮ ସ୍ବାଧୀନତା ଦିବସ ଅବସରରେ ‘ସତ୍ୟମେବ ଜୟତେ’ ଓ ଚଳିତ ବର୍ଷ ସ୍ବାଧୀନତା ଦିବସରେ ‘ବାଟ୍‌ଲା ହାଉସ୍‌’  ଫିଲ୍ମ ରିଲିଜ୍‌ ହୋଇଥିଲା । ଯାହା ବଲିଉଡ୍‌ରେ ବେଶ୍‌ ସଫଳ ରହିଥିଲା । ଏବେ ଆସନ୍ତା ସ୍ବାଧୀନତା ଦିବସକୁ ମଧ୍ୟ ଆଜିଠାରୁ ବୁକିଂ କରିସାରିଲେଣି ।  ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଜନ୍‌ଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ଓ ରକୁଲ୍‌ ପ୍ରୀତ୍‌ ସିଂ ପ୍ରମୁଖ ନଜର ଆସିବେ । ଲକ୍ଷ୍ୟ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ରୋମାଞ୍ଚଭରା ଫିଲ୍ମକୁ ଜନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ପ୍ରସ୍ତୁତ କରୁଛି । (ଏଜେନ୍ସି)

Related posts