ଦୁଇଦିନ ଧରି ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା କଲା ସେସୁ

Published: Dec 5, 2019, 6:21 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୫/ ୧୨: ଶୁକ୍ରବାର ଓ ଶନିବାର କଟକ, ପୁରୀ, ଖୋର୍ଦ୍ଧା ଓ ଅନୁଗୁଳର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ବୁଧବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି।

ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ  ଶୁକ୍ରବାର  ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ।

ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ

୧. ଭୁବନେଶ୍ବର (ସହରାଞ୍ଚଳ) –  ସତ୍ୟନଗର, ଡାଲ୍‌ମା ସାଇଟ୍‌, ଚାରିନମ୍ବର, ଓୟୁୟିଟି, ପିଡବ୍ଲ୍ୟୁଡି କଲୋନୀ, ୬ ନମ୍ବର, ଏଜି ଅଫିସ୍‌ ଆଦି ଅଞ୍ଚଳରେ ସକାଳ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ।

୨. ଭୁବନେଶ୍ବର (ଗ୍ରାମୀଣ) – ଫୁଲନଖରା, ଭିଙ୍ଗାରପୁର, ବେଣୁପୁର ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

୩. କଟକ (ସହରାଞ୍ଚଳ) – ମେଡ଼ିକାଲ, ସିଡିଏ ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ଦିନ ୧୨ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବାକୁ ଥିବାବେଳେ ଜୋବ୍ରା, ଗଣେଶ ଘାଟ ଓ ନୟାବଜାର ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ।

୪. ପୁରୀ – କୋଣାର୍କ, ରାମଚଣ୍ଡୀ, ପାଓ୍ବାରହାଉସ୍‌, ଗୋଡା ବଜାର, ତାଳବଣିଆ, ଚାରିନାଲ, ଚନ୍ଦନପୁର, ସାତଶଙ୍କ, ସତ୍ୟବାଦୀ ଆଦି ଅଞ୍ଚଳରେ ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ।

୫. ଅନୁଗୁଳ – ବୋଏଣ୍ଡା, ବାମପୁର, ଆଠମଲ୍ଲିକ, ଛେଣ୍ଡିପଦା, କୋଶଲା ଆଦି ସ୍ଥାନରେ ସକାଳ  ୭ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ।

ଶନିବାର ଦିନ ନିମ୍ନ ସ୍ଥାନ ଗୁଡ଼ିକରେ ବିଦ୍ୟୁତ ସେବା ବନ୍ଦ ରହିବ

୧. ଭୁବନେଶ୍ବର (ସହରାଞ୍ଚଳ) – ବାଣୀବିହାର ଷ୍ଟେସନ, ମହର୍ଷି କଲେଜ ରୋଡ୍‌, ମାଷ୍ଟର କାଣ୍ଟିନ୍‌, ଖାରବେଳ ନଗର, ଏନ୍‌୪, ଏନ୍‌୧/ଏନ୍‌୨ ପାର୍ଟ, ଆରବିଆଇ କାର୍ଟର୍ସ, ଇସ୍କନ ବସ୍ତି ଆଦି ଅଞ୍ଚଳରେ ସକାଳ ୮.୩୦ ମିନିଟରୁ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ। ସେହିପରି ରଘୁନାଥପୁର, ତାରେଣି ବିହାର, ହାଉସିଂ ବୋର୍ଡ, ଡମଣା, ଡୁମଡୁମା ଫେଜ୍‌-୨ ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ଅପରାହ୍ନ ୧  ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।

୨.କଟକ (ସହରାଞ୍ଚଳ) – ରାଣୀଘାଟ, କାଜିବଜାର, ଶିଖରପୁର, ରାଜାବଗିଚା ଆଦି ଅଞ୍ଚଳରେ ସକାଳ ୯ ଘଟିକାଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

୩.କଟକ (ଗ୍ରାମୀଣ) – ଆଦଶପୁର ଅଞ୍ଚଳରେ ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

୪.ପୁରୀ – କୋଣାର୍କ ଓ ରାମଚଣ୍ଡୀ ଅଞ୍ଚଳରେ ସକାଳ ୧୧ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

Related posts