ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

Published: Dec 7, 2019, 9:20 am IST

ଭୁବନେଶ୍ବର, ୭/୧୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଶନିବାର ସନ୍ଧ୍ୟା ୭ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା ୩୦ରେ ଖୋର୍ଦ୍ଧା ଗସ୍ତ କରିବେ। ବରୁଣେଇ ପାହାଡ଼ସ୍ଥଳରେ ପୂର୍ବାହ୍ନ ୧୦ଟା ୩୦ରେ ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧୨ଟା ୪୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୫ଟାରେ ସେ ନୂଆଦିଲ୍ଲୀ ଅଭିମୁଖେ ବିମାନଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। (ଏଜେନ୍ସି)

Related posts