ହାଇଦ୍ରାବାଦ, ୭/୧୨: ହାଇଦ୍ରାବାଦରେ ଡାକ୍ତରାଣୀ ପ୍ରିୟଙ୍କାଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଚାରି ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଛି। ସାରା ଦେଶରେ ଏହି ଘଟଣାକୁ ଜନ ସମର୍ଥନ ମିଳୁଥିବା ବେଳେ କିଛି ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଟିମ ହାଇଦ୍ରାବାଦ ପହଞ୍ଚିଛି। ଟିମ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରି ମହବୁବାନଗରର ସରକାରୀ ହସ୍ପିଟାଲ ଗସ୍ତ କରିବ ଯେଉଁଠାରେ ଅଭିଯୁକ୍ତମାନଙ୍କ ଶବକୁ ରଖାଯାଇଛି। କେନ୍ଦ୍ର ସରକାର ପୋଲିସ ହେପାଜତରେ ହୋଇଥିବା ଏନକାଉଣ୍ଟର ଉପରେ ତେଲଙ୍ଗାନା ସରକାରଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। (ଏଜେନ୍ସି)