ଓ୍ବାୟନାଡ,୭/୧୨: ରାହୁଲ୍ ଗାନ୍ଧି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦେଶରେ ଏବେ ବଢି ଚାଲିଥିବା ହିଂସା ଓ ଦୁଷ୍କର୍ମ ପାଇଁ ସରକାର ଦାୟୀ। ଏଠାରେ ଜନତା ଆଇନକୁ ନିଜ ହାତକୁ ନେଲେଣି। କାରଣ ଏଠି ଦେଶ ଚଳାଉଥିବା ଲୋକ ହିଂସାରେ ବିଶ୍ୱାସ ରଖନ୍ତି। ଏବେ ଭାରତ ବିଶ୍ୱର ଦୁଷ୍କର୍ମକାରୀଙ୍କ କ୍ୟାପିଟାଲ ପାଲଟି ଯାଇଛି ବୋଲି ରାହୁଲ କହିଛନ୍ତି। ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାଁରେ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦି ଏହାକୁ ନେଇ ଗୋଟିଏ ଶବ୍ଦ କହୁ ନାହାନ୍ତି ବୋଲି ରାହୁଲ କହିଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧି ମଧ୍ୟ ଉତ୍ତରପ୍ରଦେଶ ଉନ୍ନାଓର ପୀଡ଼ିତାଙ୍କ ମୃତ୍ୟୁ ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିବା ସହ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । (ଏଜେନ୍ସି)