ଉତ୍ତରପ୍ରଦେଶ, ୭/୧୨ : ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡ଼ିତାଙ୍କ ପରିାବରକୁ ଘର ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ଗତକାଲି ରାତ୍ରି ୧୧ଟା ୪୦ ମିନିଟ୍ରେ ପୀଡ଼ିତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଘଟଣାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଅଭିଯୁ୍କ୍ତମାନେ ଜାମିନ୍ରେ ଆସି ପୀଡ଼ିତାଙ୍କୁ ମାରପିଟ୍ କରିବା ସହ ଜଳାଇଦେଇଥିଲେ । ପୀଡ଼ିତା ଜଣକ ୯୦ ପ୍ରତିଶତ ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃ୍ତ୍ୟୁବରଣ କରିଥିଲେ। (ଏଜେନ୍ସି)