ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୮/୧୨: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଗତକାଲି ରାତି ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ବାସ ଭବନରେ ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ଭାଗବତ । ଭାଗବତଙ୍କ ପରଲୋକରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ଯୁଗ ସମାପ୍ତ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରୁ ତିନିଥର ନିର୍ବାଚିତ ହୋଇଥିଲେ ଓ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦୁଇ ଥର ମନ୍ତ୍ରୀ ହୋଇଥିଲେ । ସେ ଓଡ଼ିଶା ବିଧାନସଭାରେ ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିଲେ । ଏତଦ ବ୍ୟତୀତ ସେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ସଭାପତି ଥିଲେ ।