ବାଲେଶ୍ବର ୮/୧୨: ରବିବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ସହରର ବାଲିସାହି ଅଂଚଳରୁ ଶନିବାର ରାତି ପ୍ରାୟ ୧୧ଟାରେ ୨୫ ଜଣ ପର୍ଯ୍ୟଟକ ଏକ ଟ୍ରାଭେଲରରେ ଦେବକୁଣ୍ଡ ଯାଉଥିଲେ । ସେମାନେ ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପଛପଟରୁ ଦୃତଗତିରେ ଯାଉଥିବା ଟ୍ରାଭେଲର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ଭୋର ସକାଳ ହୋଇଥବାରୁ ଟ୍ରାଭେଲର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରୁଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ପୁଲିସ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)