ଦିଲ୍ଲୀ, ୮/୧୨ : ରବିବାର ସକାଳ ସମୟରେ ନୂଆଦିଲ୍ଲୀ ରାଣୀ ଝାନ୍ସି ରୋଡ୍ରେ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଲାଗିଥିବା ନିଆଁରେ ମୃତ୍ୟ ସଂଖ୍ୟା ୪୩କୁ ପହଞ୍ଚିଥିବାବେଳେ ଏଥିରେ ୬୩ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ୫ଟି ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦିଲ୍ଲୀଠାରେ ଘଟିଥିବା ଏଭଳି ମର୍ମନ୍ତୁଦ ଘଟଣାରେ ଭାରତର ରାଷ୍ଟ୍ରପତି ଶୋକ ପ୍ରକଟ କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ୍ ଗାନ୍ଧି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପ୍ରମୁଖ ଟୁଇଟ୍ କରି ଶୋକ ପ୍ରକଟ କରିଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଇମାରନ ହୁସୈନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଘୋଷଣା କରିଛନ୍ତି । ସେହିପରି ବିଜେପି ନେତା ବିଜୟ ଗୋଏଲ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । (ଏଜେନ୍ସି)