ଉତ୍ତରପ୍ରଦେଶ, ୯/୧୨: ସମ୍ପ୍ରତି ଦେଶରେ ତଥା ରାଜ୍ୟରେ ବଢି ଚାଲିଥିବା ଅପରାଧ ତଥା ଦୁଷ୍କର୍ମ ଘଟଣାକୁ ଦେଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ୟୁପି କ୍ୟାବିନେଟ୍ ରେପ୍, ଶିଶୁ ଓ ମହିଳା ଉତ୍ପୀଡନ ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ଲାଗି ମଞ୍ଜୁରୀ ଦେଇଛନ୍ତି । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ପରେ ପରେ ଉନ୍ନାଓ ଦୁଷ୍କର୍ମ ମାମଲା ପରେ ଯୋଗୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଉତ୍ତର ପ୍ରଦେଶରେ ବଳାତ୍କାର ମାମଲାର ଶୁଣାଣି ପାଇଁ ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ଦୁଷ୍କର୍ମ ଆଦି ମାମଲାର ୧୪୪ ଫା୍ଷ୍ଟ ଟ୍ରାକ୍ କୋର୍ଟ ଓ ପୋକ୍ସୋ ଆକ୍ଟ ସମ୍ବନ୍ଧୀୟ ମାମଲାକୁ ୭୪ଟି ଫାଷ୍ଟ ଟ୍ରାକ୍ କୋର୍ଟ ବିଚାର କରିବେ ବୋଲି ସୂଚନା ରହିଛି । (ଏଜେନ୍ସି)