କର୍ଣ୍ଣାଟକ, ୯/୧୨: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି । ୧୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୧୨ଟି ଆସନରେ ବିଜୟୀ ଲାଭ କରିଥିବାର ସୂଚନା ରହିଛି। କଂଗ୍ରେସ ୨ଟି ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିବାବେଳେ ଜେଡିଏସ୍ ୩ଟି ଆସନରେ ପରାଜିତ ହୋଇଛି । କଂଗ୍ରେସ କର୍ଣ୍ଣାଟକରେ ନିଜ ପରାଜୟକୁ ସ୍ବୀକାର କରିଛି । ଦଳର ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ରାଜ୍ୟର ବିରୋଧୀ ଦଳ ନେତା ପଦବୀରୁ ଇସ୍ତଫା ଦେଇଛନ୍ତି। ମୋଟ ୧୫ ଆସନରୁ କଂଗ୍ରେସ ୧୨ ଏବଂ ଜେଡିଏସ୍ ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଭୋଟ ଗଣତି ସରିଯାଇଥିଲେ ମଧ୍ୟ ସରକାରୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ରହିଛି । (ଏଜେନ୍ସି)