ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,10/12 : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡିର କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଏହି ଚଢ଼ଉ ହୋଇଛି । କେସିଙ୍ଗା ସ୍ଥିତ ଅଫିସ୍, ସରକାରୀ କ୍ୱାର୍ଟର୍ସ ଏବଂ ବଲାଙ୍ଗିର ତୁଳସୀନଗର ପଡ଼ାରେ ଥିବା ନିଜସ୍ୱ ଘରେ ଚଢ଼ଉ ହୋଇଛି । ଏହି ଚଢ଼ଉରେ ବଲାଙ୍ଗିର, ସମ୍ଵଲପୁର, ବରଗଡ଼ ଓ ସୋନପୁର ଜିଲ୍ଲାର ଭିଜିଲାନ୍ସ ଡିଏସ୍ପି ସାମିଲ ହୋଇଛନ୍ତି ।