Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର
ଆଜିର ଖବର

୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର

December 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,୧୦/୧୨: ରାଜ୍ୟ ଚଳଚିତ୍ର ଏକାଡେମୀ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ଜୀବନବ୍ୟାପୀ ସାଧନା ପାଇଁ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନରେ ସମ୍ମାନିତ ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା।

ଶ୍ରେଷ୍ଠ ଚଳଚିତ୍ର ଭାବରେ ଅକ୍ଷୟ ପରିଜାଙ୍କ ଭିଜା ମାଟିର ସ୍ବର୍ଗକୁ ମନୋନୀତ କରାଯାଇଥିବା ବେଳେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଚୟନ କରାଯାଇଛି। ଭିଜା ମାଟିର ସ୍ବର୍ଗ ନିମନ୍ତେ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି। ଶ୍ରେଷ୍ଠ କାହାଣୀ ଏବଂ ସଂଳାପ ପାଇଁ ଡି ନିରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶାନ୍ତିରାଜ ଖୋସ୍‌ଲା ଏବଂ ଶ୍ରେଷ୍ଠ ଗୀତିକାର ଭାବରେ ବସନ୍ତରାଜ ସାମଲଙ୍କୁ ମନୋନୀତ କରାଯାଇଛି। ପ୍ରଚ୍ଛଦପଟ ଗାୟକ ଏବଂ ଗାୟିକା ଭାବରେ କରୁଣାକର ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ମନୋନୀତ କରାଯାଇଛି।

୩୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୂଚୀ

୧. ଜୟଦେବ ପୁରସ୍କାର – ବିଜୟ ମିଶ୍ର

୨. ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର – ଅକ୍ଷୟ କୁମାର ପରିଜା, ଭିଜା ମାଟିର ସ୍ବର୍ଗ

୩. ଶ୍ରେଷ୍ଠ ନିର୍ଦ୍ଦେଶକ – ମନମୋହନ ମହାପାତ୍ର – ଭିଜା ମାଟିର ସ୍ବର୍ଗ

୪.ଶ୍ରେଷ୍ଠ ଅଭିନେତା – ମିହିର ଦାସ –  ଭିଜା ମାଟିର ସ୍ବର୍ଗ

୫. ଶ୍ରେଷ୍ଠ ଅଭିନେତ୍ରୀ – ଅର୍ଚ୍ଚିତା – ଚମ୍ପିଆନ

୬. ଶ୍ରେଷ୍ଠ କାହାଣୀ – ଡ. ନିରଞ୍ଜନ ରେଡ୍ଡି – ଓଲେ ଓଲେ ଦିଲ୍‌ ବୋଲେ

୭. ଶ୍ରେଷ୍ଠ ସଙ୍ଗୀତକାର – ଶାନ୍ତିରାଜ ଖୋସଲା – ଫେରିଆ କମ୍‌ବ୍ୟାକ୍‌

୮.  ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ  – କରୁଣା କର –  ଫେରିଆ କମ୍‌ବ୍ୟାକ୍‌ (ମାଣକ ପୂରିଲା….)

୯. ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା – ଅନ୍ତରା ଚକ୍ରବର୍ତ୍ତୀ – ସାଥୀ ତୁ ଫେରିଆ ( ଶ୍ରାବଣ ଅଛି… ବରଷା ନାହିଁ ….)

୧୦. ଶ୍ରେଷ୍ଠ ଚିତ୍ରୋତ୍ତଳନକାରୀ – ଦିଲ୍ଲୀପ ରାୟ – ଭିଜା ମାଟିର ସ୍ବର୍ଗ

୧୧. ଶ୍ରେଷ୍ଠ ସମ୍ପାଦନା – ଅମରେନ୍ଦ୍ର ମହାପାତ୍ର – ଫେରିଆ କମ୍‌ବ୍ୟାକ୍‌

୧୨.  ଶ୍ରେଷ୍ଠ ଗୀତିକାର – ବସନ୍ତ ରାଜ ସାମଲ୍‌ –  ସାଥୀ ତୁ ଫେରିଆ (ଶ୍ରାବଣ ଅଛି… ବରଷା ନାହିଁ…)

୧୩.  ଶ୍ରେଷ୍ଠ ଚିତ୍ରନାଟ୍ୟ – ଆଶୁତୋଷ ମହାପାତ୍ର – ଭିଜା ମାଟିର ସ୍ବର୍ଗ

୧୪. ଶ୍ରେଷ୍ଠ ସହାଭିନେତା – ମନୋଜ ମିଶ୍ର –  ଚମ୍ପିଆନ

୧୫. ଶ୍ରେଷ୍ଠ ସହାଭିନେତ୍ରୀ – ଶିବାନୀ ଖରା – ଫେରିଆ କମ୍‌ ବ୍ୟାକ୍‌

୧୬. ଶ୍ରେଷ୍ଠ ହାସ୍ୟକଳାକାର – ରାକ୍ଷୀ – ଦିଓ୍ବାନା ହେଲି ତୋ’ ପାଇଁ

୧୭. ଶ୍ରେଷ୍ଠ ଶିଶୁ କଳାକାର – ସାର୍ଥକ ହୋତା – ଫେରିଆ କମ୍‌ ବ୍ୟାକ୍‌

୧୮. ଶ୍ରେଷ୍ଠ କଳା ନିର୍ଦ୍ଦେଶକ – ସଂଗ୍ରାମ ମହାରଣା – ଫେରିଆ କମ୍‌ବ୍ୟାକ୍‌

୧୯.  ଶ୍ରେଷ୍ଠ  ସାଉଣ୍ଡ ରେକର୍ଡ –  ନିତ୍ୟାଶ୍ରୀ ରଞ୍ଜନ – ଜୀବନର ଚଲାପଥେ

୨୦. ସ୍ପେଶାଲ୍‌ ଜୁରୀ ପୁରସ୍କାର –  କାଦମ୍ବିନୀ ମିଡିଆ – ’କେହ ବଲ୍ଲଭ’ (ପ୍ରାମାଣିକ ଚଳଚ୍ଚିତ)/ ସୌମ୍ୟକାନ୍ତ ଖଣ୍ଡାଲାୀ- ଜୀବନର ଚଳଚ୍ଚିତ୍ର (ଅଭିନୟ)

୨୧. ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର – ଭିନ୍ନ ଭିଟାମାଟି  (ପ୍ରଯୋଜକ  – କଲ୍ୟାଣୀ ମିଶ୍ର ଓ ରଣଜିତ୍‌ ରଥ, ନିର୍ଦ୍ଦେଶକ  – ରଣଜିତ୍‌ ରଥ) / ସନ୍ନି : ଦି ସନ୍‌ ଅଫ୍‌ ରିଭର ( ନିର୍ଦ୍ଦେଶକ – ଶ୍ବେତଲିନା ଦାସ)

୨୨.  ଶ୍ରେଷ୍ଠ ଫିଲ୍ମ (ଆଦିବାସୀ ଭାଷାରେ ନିର୍ମିତ ଓଡିଆ ଫିଲ୍ମ) – ‘ହୋ ସମାଜ, ଫିଲ୍ମ ଏକାଡେମୀ – ଆମାଗେ ଜୁଲି

୨୪. ଶ୍ରେଷ୍ଠ ସଂଳାପକାର – ନନ୍ଦଲାଲ ମହାପାତ୍ର – ଭିଜା ମାଟିର ସ୍ବର୍ଗ

୨୫.  ଶ୍ରେଷ୍ଠ କଷ୍ଟ୍ୟୁମ ମ୍ୟାନ୍‌ – ପ୍ରସନ୍ନ ଶତପଥୀ – ଫେରିଆ କମ୍‌ବ୍ୟାକ୍‌

୨୬. ଶ୍ରେଷ୍ଠ ମ୍ୟାକ୍‌ଅପ୍‌ ମ୍ୟାନ୍‌ – ସମରେଶ ପାଲ୍‌ – ଦିଓ୍ବାନା ହେଲି ତୋ ପାଇଁ

୨୭. ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ- ମୁନାବାବୁ – ଫେରିଆ କମ୍‌ବ୍ୟାକ୍‌

ଚଳିତଥର ଶିଶୁ ଚଳଚ୍ଚିତ୍ର ବିଭାଗରେ କୌଣସି ଚଳଚ୍ଚିତ୍ର ସାମିଲ୍‌ ହୋଇପାରିନଥିବାବେଳେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ‘ପେନ୍‌ସନ୍‌’ ରହିଥିବାବେଳେ ଶ୍ରେଷ୍ଠ ଧାରାବାହି ଭାବେ ‘ରହିଛି ରହିବି ତୋରି ପାଇଁ’ ରହିଛି । ସେହିପରି କ୍ଷୁଦ୍ର ଚଳଚ୍ଚିତ୍ରରେ ସ୍ପେଶାଲ୍‌ ଜୁରୀ ପୁରସ୍କାର ଲାଭ କରିଛି ଅକ୍ଷୟ ପରିଜାଙ୍କ ‘ପାଇକ ବିଦ୍ରୋହ’।

 

bijaymishra
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.