Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସିନେମା

ବିଶିଷ୍ଠ ନାଟ୍ୟକାର ତଥା ଚଳଚିତ୍ର, ଧାରାବାହିକ କାହାଣୀ ଲେଖକ ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି।

ଏ ଯାବତ ସେ 60 ଟି ନାଟକ, 55ଟି ଚଳଚିତ୍ର ଏବଂ 7ଟି ଧାରାବାହିକ ରଚନା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଟକ ଭିତରେ ଯାଦୁକର, ଜଣେ ରାଜା ଥିଲେ, ତଟ ନିରଂଜନା, ଭୋକ, ଫକିରମୋହନଙ୍କ ଶାସ୍ତି ଓ ଛମାଣ ଆଠଗୁଣ୍ଠର ନାଟ୍ୟରୂପାନ୍ତର ପ୍ରଭୃତି ବେଶ ଲୋକପ୍ରିୟ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଛନ୍ତି। ଏଥିସହିତ 2018 ମସିହାରେ ବିଜୟ ମିଶ୍ରଙ୍କୁ ରାଜ୍ୟ ଚଳଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ “ଜୟଦେବ ପୁରସ୍କାର” ରେ ମଧ୍ୟ ସମ୍ମାନିତ କରାଯାଇଛି ।

ତାଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ କରିବା ସହିତ ରାଜ୍ୟ ଚଳଚିତ୍ର ଜଗତ, ନାଟ୍ୟ ଜଗତ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର

୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,୧୦/୧୨: ରାଜ୍ୟ ଚଳଚିତ୍ର ଏକାଡେମୀ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ଜୀବନବ୍ୟାପୀ ସାଧନା ପାଇଁ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନରେ ସମ୍ମାନିତ ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା।

ଶ୍ରେଷ୍ଠ ଚଳଚିତ୍ର ଭାବରେ ଅକ୍ଷୟ ପରିଜାଙ୍କ ଭିଜା ମାଟିର ସ୍ବର୍ଗକୁ ମନୋନୀତ କରାଯାଇଥିବା ବେଳେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଚୟନ କରାଯାଇଛି। ଭିଜା ମାଟିର ସ୍ବର୍ଗ ନିମନ୍ତେ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି। ଶ୍ରେଷ୍ଠ କାହାଣୀ ଏବଂ ସଂଳାପ ପାଇଁ ଡି ନିରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶାନ୍ତିରାଜ ଖୋସ୍‌ଲା ଏବଂ ଶ୍ରେଷ୍ଠ ଗୀତିକାର ଭାବରେ ବସନ୍ତରାଜ ସାମଲଙ୍କୁ ମନୋନୀତ କରାଯାଇଛି। ପ୍ରଚ୍ଛଦପଟ ଗାୟକ ଏବଂ ଗାୟିକା ଭାବରେ କରୁଣାକର ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ମନୋନୀତ କରାଯାଇଛି।

୩୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୂଚୀ

୧. ଜୟଦେବ ପୁରସ୍କାର – ବିଜୟ ମିଶ୍ର

୨. ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର – ଅକ୍ଷୟ କୁମାର ପରିଜା, ଭିଜା ମାଟିର ସ୍ବର୍ଗ

୩. ଶ୍ରେଷ୍ଠ ନିର୍ଦ୍ଦେଶକ – ମନମୋହନ ମହାପାତ୍ର – ଭିଜା ମାଟିର ସ୍ବର୍ଗ

୪.ଶ୍ରେଷ୍ଠ ଅଭିନେତା – ମିହିର ଦାସ –  ଭିଜା ମାଟିର ସ୍ବର୍ଗ

୫. ଶ୍ରେଷ୍ଠ ଅଭିନେତ୍ରୀ – ଅର୍ଚ୍ଚିତା – ଚମ୍ପିଆନ

୬. ଶ୍ରେଷ୍ଠ କାହାଣୀ – ଡ. ନିରଞ୍ଜନ ରେଡ୍ଡି – ଓଲେ ଓଲେ ଦିଲ୍‌ ବୋଲେ

୭. ଶ୍ରେଷ୍ଠ ସଙ୍ଗୀତକାର – ଶାନ୍ତିରାଜ ଖୋସଲା – ଫେରିଆ କମ୍‌ବ୍ୟାକ୍‌

୮.  ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ  – କରୁଣା କର –  ଫେରିଆ କମ୍‌ବ୍ୟାକ୍‌ (ମାଣକ ପୂରିଲା….)

୯. ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା – ଅନ୍ତରା ଚକ୍ରବର୍ତ୍ତୀ – ସାଥୀ ତୁ ଫେରିଆ ( ଶ୍ରାବଣ ଅଛି… ବରଷା ନାହିଁ ….)

୧୦. ଶ୍ରେଷ୍ଠ ଚିତ୍ରୋତ୍ତଳନକାରୀ – ଦିଲ୍ଲୀପ ରାୟ – ଭିଜା ମାଟିର ସ୍ବର୍ଗ

୧୧. ଶ୍ରେଷ୍ଠ ସମ୍ପାଦନା – ଅମରେନ୍ଦ୍ର ମହାପାତ୍ର – ଫେରିଆ କମ୍‌ବ୍ୟାକ୍‌

୧୨.  ଶ୍ରେଷ୍ଠ ଗୀତିକାର – ବସନ୍ତ ରାଜ ସାମଲ୍‌ –  ସାଥୀ ତୁ ଫେରିଆ (ଶ୍ରାବଣ ଅଛି… ବରଷା ନାହିଁ…)

୧୩.  ଶ୍ରେଷ୍ଠ ଚିତ୍ରନାଟ୍ୟ – ଆଶୁତୋଷ ମହାପାତ୍ର – ଭିଜା ମାଟିର ସ୍ବର୍ଗ

୧୪. ଶ୍ରେଷ୍ଠ ସହାଭିନେତା – ମନୋଜ ମିଶ୍ର –  ଚମ୍ପିଆନ

୧୫. ଶ୍ରେଷ୍ଠ ସହାଭିନେତ୍ରୀ – ଶିବାନୀ ଖରା – ଫେରିଆ କମ୍‌ ବ୍ୟାକ୍‌

୧୬. ଶ୍ରେଷ୍ଠ ହାସ୍ୟକଳାକାର – ରାକ୍ଷୀ – ଦିଓ୍ବାନା ହେଲି ତୋ’ ପାଇଁ

୧୭. ଶ୍ରେଷ୍ଠ ଶିଶୁ କଳାକାର – ସାର୍ଥକ ହୋତା – ଫେରିଆ କମ୍‌ ବ୍ୟାକ୍‌

୧୮. ଶ୍ରେଷ୍ଠ କଳା ନିର୍ଦ୍ଦେଶକ – ସଂଗ୍ରାମ ମହାରଣା – ଫେରିଆ କମ୍‌ବ୍ୟାକ୍‌

୧୯.  ଶ୍ରେଷ୍ଠ  ସାଉଣ୍ଡ ରେକର୍ଡ –  ନିତ୍ୟାଶ୍ରୀ ରଞ୍ଜନ – ଜୀବନର ଚଲାପଥେ

୨୦. ସ୍ପେଶାଲ୍‌ ଜୁରୀ ପୁରସ୍କାର –  କାଦମ୍ବିନୀ ମିଡିଆ – ’କେହ ବଲ୍ଲଭ’ (ପ୍ରାମାଣିକ ଚଳଚ୍ଚିତ)/ ସୌମ୍ୟକାନ୍ତ ଖଣ୍ଡାଲାୀ- ଜୀବନର ଚଳଚ୍ଚିତ୍ର (ଅଭିନୟ)

୨୧. ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର – ଭିନ୍ନ ଭିଟାମାଟି  (ପ୍ରଯୋଜକ  – କଲ୍ୟାଣୀ ମିଶ୍ର ଓ ରଣଜିତ୍‌ ରଥ, ନିର୍ଦ୍ଦେଶକ  – ରଣଜିତ୍‌ ରଥ) / ସନ୍ନି : ଦି ସନ୍‌ ଅଫ୍‌ ରିଭର ( ନିର୍ଦ୍ଦେଶକ – ଶ୍ବେତଲିନା ଦାସ)

୨୨.  ଶ୍ରେଷ୍ଠ ଫିଲ୍ମ (ଆଦିବାସୀ ଭାଷାରେ ନିର୍ମିତ ଓଡିଆ ଫିଲ୍ମ) – ‘ହୋ ସମାଜ, ଫିଲ୍ମ ଏକାଡେମୀ – ଆମାଗେ ଜୁଲି

୨୪. ଶ୍ରେଷ୍ଠ ସଂଳାପକାର – ନନ୍ଦଲାଲ ମହାପାତ୍ର – ଭିଜା ମାଟିର ସ୍ବର୍ଗ

୨୫.  ଶ୍ରେଷ୍ଠ କଷ୍ଟ୍ୟୁମ ମ୍ୟାନ୍‌ – ପ୍ରସନ୍ନ ଶତପଥୀ – ଫେରିଆ କମ୍‌ବ୍ୟାକ୍‌

୨୬. ଶ୍ରେଷ୍ଠ ମ୍ୟାକ୍‌ଅପ୍‌ ମ୍ୟାନ୍‌ – ସମରେଶ ପାଲ୍‌ – ଦିଓ୍ବାନା ହେଲି ତୋ ପାଇଁ

୨୭. ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ- ମୁନାବାବୁ – ଫେରିଆ କମ୍‌ବ୍ୟାକ୍‌

ଚଳିତଥର ଶିଶୁ ଚଳଚ୍ଚିତ୍ର ବିଭାଗରେ କୌଣସି ଚଳଚ୍ଚିତ୍ର ସାମିଲ୍‌ ହୋଇପାରିନଥିବାବେଳେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ‘ପେନ୍‌ସନ୍‌’ ରହିଥିବାବେଳେ ଶ୍ରେଷ୍ଠ ଧାରାବାହି ଭାବେ ‘ରହିଛି ରହିବି ତୋରି ପାଇଁ’ ରହିଛି । ସେହିପରି କ୍ଷୁଦ୍ର ଚଳଚ୍ଚିତ୍ରରେ ସ୍ପେଶାଲ୍‌ ଜୁରୀ ପୁରସ୍କାର ଲାଭ କରିଛି ଅକ୍ଷୟ ପରିଜାଙ୍କ ‘ପାଇକ ବିଦ୍ରୋହ’।