ମୁମ୍ବାଇ, ୧୦/୧୨: ଛୋଟପରଦାର ଲୋକପ୍ରିୟ କଳାକାର ତଥା ଅଭିନେତା କପିଲ୍ ଶର୍ମା ଏବେ ବାପା ହୋଇଯାଇଛନ୍ତି । କପିଲ୍ଙ୍କ ପତ୍ନୀ ଗିନ୍ନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କପିଲ୍ ଏହି ଖୁସି ଖବର ଟୁଇଟ୍ କରି ଜଣାଇଛନ୍ତି । ଟୁଇଟ୍ କରି ଝିଅ ଜନ୍ମ ହେବାର ଖବର ଜଣାଇବା ସହିତ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା ମଧ୍ୟ କରିଛନ୍ତି । କପିଲ୍ଙ୍କ ଏହି ଟୁଇଟ୍ ପରେ ଲୋକପ୍ରିୟ ଗାୟକ ଗୁରୁ ରନ୍ଧଓ୍ବା ଶୁଭେଚ୍ଛା ଜଣାଇସହିତ । ଟେଲିଭିଜନ ଓ ମନୋରଞ୍ଜନ ଦୁନିଆର ପ୍ରାୟ ସମେସ୍ତ କପିଲ୍ଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଗତ ବର୍ଷ ଡିସେସମ୍ବରର କପିଲ୍ ଗିନ୍ନିଙ୍କୁ ବିବାହ କରିଥିଲେ । (ଏଜେନ୍ସି)