ସକାଳ 9ଟା ସୁଦ୍ଧା ଝାରଖଣ୍ଡରେ 13.05 ପ୍ରତିଶତ ମତଦାନ

Published: Dec 12, 2019, 11:10 am IST

ରାଞ୍ଚି,12/12 : ଝାରଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସକାଳ 7ଟାରୁ ଅନୁଷ୍ଠିତ ହୋଇଛି । ସକାଳ 9ଟା ସୁଦ୍ଧା 13.05 ପ୍ରତିଶତ ମତଦାନ ହୋଇଛି । 17ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ସମୟରେ ସିଲ୍ଲିରେ ସର୍ବାଧିକ 16.35 ପ୍ରତିଶତ ମତଦାନ ହୋଇଥିବା ବେଳେ ଧାନବାଦରେ ସର୍ବନିମ୍ନ 7.57 ପ୍ରତିଶତ ଭୋଟଗ୍ରହଣ ହୋଇଛି । ବିଜେପିର ବରିଷ୍ଠ ନେତା ୟଶଓ୍ବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ନିଜର ଭୋଟ ପ୍ରଦାନ କରିଥିବା ବେଳେ ସିପି ସିଂ, ରାମଚନ୍ଦ୍ର ସାହିସ୍‌ ଏବଂ ନୀରା ଯାଦବ ମଧ୍ୟ ଭୋଟ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଦେଶ ମାହାତୋ ମଧ୍ୟ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । (ଏଜେନ୍ସୀ)

Related posts