ଝାଡଖଣ୍ଡ, ୧୨/୧୨: ଝାଡଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ସକାଳ ୭ଟାରୁ ଅନୁଷ୍ଠିତ ହୋଇଛି। ଅପରାହ୍ଣ ୧ଟା ସୁଦ୍ଧା ୪୫.୧୪% ମତଦାନ ରେକର୍ଡ କରାଯାଇଛି। ଖିଜାରୀଠାରେ ୩୭.୬୫ ପ୍ରତିଶତ ମତଦାନ ହୋଇଥିବାବେଳେ ରାଞ୍ଚିରେ ସର୍ବନିମ୍ନ ୧୯.୩୫ ମତଦାନ ହୋଇଥିବାର ସୂଚନା ରହିଛି। ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୩୦୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ମହିଳା ପ୍ରାର୍ଥୀ ୩୨ ଜଣ ରହିଛନ୍ତି । ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮ଟି ଜିଲ୍ଲାର ୫୬ ଲକ୍ଷରୁ ଅଧିକ ଭୋଟର। (ଏଜେନ୍ସି)


