ଫୋବର୍ସ ଶକ୍ତିଶାଳୀ ମହିଳା ତାଲିକା : ଶ୍ରେଷ୍ଠ 100ରେ ସାମିଲ ହେଲେ ନିର୍ମଳା ସୀତାରମଣ

Published: Dec 13, 2019, 2:36 pm IST

ନୂଆଦିଲ୍ଲୀ, 13/12 : ଫୋବର୍ସ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାରେ ପଦାର୍ପଣ କରିଛନ୍ତି । ପ୍ରଥମ ପଦାର୍ପଣରେ 34 ତମ ସ୍ଥାନରେ ରହିଛନ୍ତି ନିର୍ମଳା । ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ୟୁରୋପିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିଆନ୍‌ ଲାଗାର୍ଡେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ସୀତାରମଣଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ଭାରତୀୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏଚସିଏଲ୍‌ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ରୋଶନୀ ନାଦାର ମଲହୋତ୍ରା ଏବଂ ବାୟୋକୋନ୍‌ ପ୍ରତିଷ୍ଠାତା କିରଣ ମଜୁମଦାର ଶ ଏହି ତାଲିକାରେ ଯଥାକ୍ରମେ 54 ଏବଂ 65 ତମ ସ୍ଥାନରେ ରହିଛନ୍ତି । ଭାରତର ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା (29) ତମ ସ୍ଥାନରେ ରହିଛନ୍ତି । ମେଲିଣ୍ଡା ଗେଟ୍‌ସ(6),ଇଭାଙ୍କା ଟ୍ରମ୍ପ(42) ଏବଂ ଗ୍ରେଟା ଥନବର୍ଗ(100) ପ୍ରମୁଖ ଏହି ତାଲିକାରେ ସ୍ଥାନ ପାଇଛନ୍ତି । (ଏଜେନ୍ସୀ)

Related posts