ମୁମ୍ବାଇ, ୧୩/୧୨: ରୋମାଣ୍ଟିକ କମେଡ଼ି ‘ଜୟ ମମ୍ମୀ ଦି’ର ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମରେ ସନ୍ନି ସିଂ, ସୋନାଲ୍ ସେହଗଲ୍, ସୁପ୍ରିୟା ପାଠକ ଓ ପୁନମ୍ ଧିଲୋଁ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ବ ସମ୍ଭାଳିଛନ୍ତି ନବାଗତ ନବଜୋତ୍ ଗୁଲାଟି । ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଲଭ୍ ରଞ୍ଜନ। ଫିଲ୍ମ ପ୍ୟାର କା ପଞ୍ଚନାମାରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଫିଲ୍ମ ଜୟ ମମ୍ମୀ ଦିର ଜବରଦସ୍ତ ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ସୁପ୍ରିୟା ପାଠକ, ସନି ସିଂହଙ୍କ ମା ବନି ଅଛନ୍ତି ଓ ପୁନମ ସୋନାଲିଙ୍କ ମା ଭୂମିକାରେ ଅଛନ୍ତି। ଏହି ଦୁହିଁଙ୍କୁ ଟ୍ରେଲରରେ ମୁଗ୍ୟାମ୍ଵୋ ଓ ଗବର ନାମରେ ପରିଚୟ କରାଯାଇଛି। ଏହି ଦୁହିଁଙ୍କ ସନ୍ତାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି ଏହାପରେ ବହୁ ମଜାଦାର ଟ୍ଵିଷ୍ଟ ଦେଖିବାକୁ ମିଳୁଛି। (ଏଜେନ୍ସି)