ଭୁବନେଶ୍ବର, ୧୩/୧୨: ଓଡ଼ିଶାରେ ଏନ୍ଆରସି ଲାଗୁ ହେବନି । ନାଗରିକତ୍ବ ସଂଶୋଧନ ବିଲ୍ (ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସମ୍ପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟରେ ମୁସଲମାନ ସମ୍ପଦ୍ରାୟର କୌଣସି ଅସୁବିଧା ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବା ସହିତ ତାଙ୍କ ସହିତ ଛିଡା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସଙ୍ଗଠକର ନେତାମାନେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହୋଇଛି। (ଏଜେନ୍ସି)