ଯାଜପୁର, ୧୨/୧୩: ଜୀବନ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି ଜଣେ ଯୁବକ। ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ନିକଟରେ ଘଟିଯାଇଛି । ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ। ତାଙ୍କୁ ମେଡିକାଲ୍ ନେବା ପାଇଁ ସେହି ରାସ୍ତାରେ ଯାଉଥିବା ଆଉ ଜଣେ ବାଇକ୍ ଆରୋହୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରୁଥିବା ବେଳେ ପିଟିଦେଲା ଏକ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କର ମଧ୍ୟ ମେଡିକାଲ୍ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ଚନ୍ଦ୍ରଶେଖର ଦ୍ବିବେଦୀ ହୋଇଥିବାବେଳେ ସେ ସୁକିନ୍ଦା ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କୁ ସାହାଯ୍ୟ କରିବାକୁ ଯାଇ ମୃତ୍ୟୁର ଶିକାର ହୋଇଥିବା ଯୁବକଙ୍କ ନାମ ଅଜୟ ବେହେରା । (ଏଜେନ୍ସି)