
ସମୀକ୍ଷା ବ୍ୟୁରୋ,ସମ୍ବଲପୁର,14/12 : ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 55 ନମ୍ବର ଜାତୀୟ ରାଜପଥର ଯୁଯୁମୁରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏକ ଲୁହାପଥର ବୋଝେଇ ଟ୍ରକ୍ ଏବଂ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।