ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୧୪/୧୨: ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳାଯାଇଛି। ଏଣିକି ଏହି ମାର୍ଗର ନାମ ‘ଲୋକସେବା ମାର୍ଗ’ ଭାବେ ପରିଚିତ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ମାର୍ଗର ନାମ ସଚିବାଳୟ ମାର୍ଗ ଥିଲା। ଏବେ ଏହାର ନାମ ବଦଳାଯାଇ ‘ଲୋକସେବା ମାର୍ଗ’ କରାଯାଇଛି। ଉଲ୍ଲେଖଯୋଗ୍ୟ, ପଞ୍ଚମ ପାଳିର ସରକାର ଗଠନ ପରେ ବିଜେଡ଼ି ସରକାର ଲୋକଙ୍କ ସେବା ଲାଗି ସଚିବାଳୟର ନାମ ବଦଳାଇ ‘ଲୋକସେବା ଭବନ’ କରିଛନ୍ତି ।