ବାଲିଗୁଡା: ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀରେ ରାସ୍ତାରୋକ

Published: Dec 14, 2019, 5:20 pm IST

ସମୀକ୍ଷା ବ୍ୟୁରୋ

ବାଲିଗୁଡା: ବାଲିଗୁଡା ଥାନା ପାତ୍ର ସାହି ରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡା କୁ ଦୁର୍ବୁର୍ତ୍ତ ଙ୍କ ଗୁଳି କରି ହତ୍ୟା ଘଟଣାରେ ତୁରନ୍ତ ଦୋଷୀ କୁ ଗିରଫ ଦାବି ରେ ରାସ୍ତା ଅବରୋଧ କରାଯାଇଛି। ବାଲିଗୁଡା ଥାନା ବାଟାଗୁଡା ନିକଟରେ ଟାୟାର ଜଳାଇ ଗ୍ରାମବାସି ଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। NH 59 ବ୍ରହ୍ମପୁର- ବାଲିଗୁଡା-ରାୟପୁର-ରାୟଗଡା କୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତ ଦଶ ତାରିଖ ଦିନ ଦୁଇ ଦୁର୍ବୁର୍ତ୍ତ ଘରୁ ଡାକି ଅଭିମନ୍ୟୁ ଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ଗୁଳିକାଣ୍ଡ ଓ ହତ୍ୟା ଘଟଣା କୁ ଚାରି ଦିନ ବିତିଯାଇଥିଲେ ବି ପୋଲିସ ଅପରାଧୀ କୁ ଧରିବାରେ ବିଫଳ ହୋଇଛି। ତେଣୁ ଅଭିମନ୍ୟୁଙ୍କ ନିଜ ଗ୍ରାମ ବାଟାଗୁଡା ଠାରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଦୋଷୀ ଧରା ନ ପଡିଛି ସେ ଯାଇଁ ରାସ୍ତା ଅବରଧ ଜାରି ରହିବ ବୋଲି ବିକ୍ଷୋଭକାରୀ କହିଛନ୍ତି। ଅଭିମନ୍ୟୁ ପଣ୍ଡା ବାଟାଗୁଡା ପଞ୍ଚାୟତ ର ଦୁଇ ଥର ସରପଞ୍ଚ ଓ ଗୋଟିଏ ଥର ସମିତି ସଭ୍ୟ ସହ ବାଲିଗୁଡା ସମିତି ର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଏହି ରାସ୍ତା ରୋକ ରେ ବାଟାଗୁଡା, ମିଡ଼ିଆକିଆ, ପରମପଙ୍ଗା ଓ ଦଡ଼କଙ୍ଗିଆ ଚାରି ପଞ୍ଚାୟତ ର ଲୋକେ ସାମିଲ ହୋଇଛନ୍ତି। ଘଟଣା ସ୍ଥଳରେ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରା, ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝା ସୁଝା ଜାରୀ ରଖିଛନ୍ତି।

Related posts