ରାୟଗଡ଼ା, ୧୨/୧୪: ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ବ୍ୟକ୍ତିଙ୍କୁ ମିଳିଲା ରାସନ ଚାଉଳ । ସ୍ଥାୟୀ ଲୋକ ଅଦାଲତରେ ୩୦ କିଲୋ ରାସନ ଚାଉଳ ମିଳିଛି । ବିଚାରପତିଙ୍କ ଉପସ୍ଥିତିରେ ଯୋଗାଣ ଅଧିକାରୀ ଚାଉଳ ପ୍ରଦାନ କରିଛନ୍ତି । ଆଧାର କାର୍ଡ ନ ଥିବାରୁ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିଲେ। ରାସନ ଚାଉଳ ପାଇଁ ଆଧାର କାର୍ଡ ସଂଯୋଗୀକରଣ ବାଧ୍ୟତାମୂଳକ ହୋଇଯିବା ପରେ ଅସଲ ହିତାଧିକାରୀମାନେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଭିକ୍ଷା ବୃତ୍ତି କରୁ ବଞ୍ଚୁଥିବା ଏହି ବ୍ୟକ୍ତିମାନଙ୍କ ଆଧାର କାର୍ଡ ନ ଥିବାରୁ ଏମାନେ ସରକାରୀ ଯୋଜନାର ଫାଇଦା ପାଇପାରୁନଥିଲେ । (ଏଜେନ୍ସି)