ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୧୪/୧୨: ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ।ଖଣି ଓ ଇସ୍ପାତ ବିଭାଗ ଓଡ଼ିଶା ଖଣି ନିଗମକୁ ୬ଟି ଖୋଣ୍ଡାଲାଇଟ ଖଣି ଦେଇଛି। ଏହି ୬ଟି ଖଣି ମଧ୍ୟରେ ଯାଜପୁରରେ ୩, ଖୋର୍ଦ୍ଧାରେ ୨ ଓ କଟକରେ ଗୋଟିଏ ଖୋଣ୍ଡାଲାଇଟ ଖଣି ରହିଛି। ଓଡ଼ିଶା ଖଣି ନିଗମ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳିତ ହେବାକୁ ଥିବା ଖଣିଜ ପଦାର୍ଥ ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ । ଆଉ ଏହି ଖଣିଜ ପଦାର୍ଥର ସଂଗୃହୀତ ଅର୍ଥକୁ ଅବଢା ଯୋଜନାରେ ଖର୍ଚ୍ଚ କରାଯିବ।
Tags: ଖଣି, ପୁରୀ ଶ୍ରୀମନ୍ଦିର