ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସବରକରଙ୍କ ନାତି

Published: Dec 15, 2019, 4:53 pm IST

ନୂଆଦିଲ୍ଲୀ,15/12: ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୀର ସବରକରଙ୍କ ନାତି । ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । ଶନିବାର ଦିଲ୍ଲୀରେ ରାହୁଲ ମୁଁ ଗାନ୍ଧୀ ସବରକର ନୁହେଁ ବୋଲି ମତ ଦେବା ପରେ ଏହି ବିବାଦ ଦେଖା ଦେଇଥିଲା । ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତା ତାଙ୍କୁ ସମାଲୋଚନା କରିଥିବା ବେଳେ ଆଜି ସବରକରଙ୍କ ନାତି ରାହୁଲଙ୍କୁ ସମାଲୋଚନା କରିଛନ୍ତି । ରାହୁଲଙ୍କ ଏପରି ମତ ପାଇଁ ଉଦ୍ଧବ ଠାକ୍‌ରେ ତାଙ୍କୁ ମାରିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ସବରକରଙ୍କୁ ସମ୍ମାନ ପ୍ରଦାନ କରାଯାଇଥାଏ ମାତ୍ର ଏକ ସର୍ବସାଧାରଣ ସଭାରେ ରାହୁଲଙ୍କ ଏପରି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Related posts