
ଝାଡଖଣ୍ଡ, 16/12: ଝାଡ଼ଖଣ୍ଡର ପାକୁଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏକ ନିର୍ବାଚନ ଜନସଭାକୁ ସମ୍ଭୋଧିତ କରି କହିଛନ୍ତି ଯେ ଚାରି ମାସ ଭିତରେ ନଭଶ୍ଚୁମ୍ବୀ ରାମ ମନ୍ଦିର ଅଯୋଧ୍ୟାରେ ହେବାକୁ ଯାଉଛି। ଅମିତ ଶାହ କହିଛନ୍ତି, ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଶୁଣାଇଛନ୍ତି । ଶହ ଶହ ବର୍ଷରୁ ସାରା ବିଶ୍ୱର ଭାରତୀୟଙ୍କ ଦାବି ଥିଲା ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦରକାର । ଏବେ ଭବ୍ୟ ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଚି। ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, “ବର୍ଷ ବର୍ଷ ଧରି ଯୁବକମାନେ ଲଢେଇ ଲଢିଥିଲେ କିନ୍ତୁ ଯେପର୍ଯ୍ୟନ୍ତ କଂଗ୍ରେସର ଶାସନ ଥିଲା ସେ ପର୍ଯ୍ୟନ୍ତ ଝଡଖଣ୍ଡର ରଚନା ହୋଇ ନଥିଲା। ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିଲା ଏହାପରେ ଝାଡଖଣ୍ଡର ନିର୍ମାଣ କରିଥିଲେ । ଅଟଳ ବିହାରୀ ବାଜପେୟୀ ଝାଡଖଣ୍ଡକୁ ଗଠନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ବିକାଶର କାମ କରୁଛନ୍ତି ବୋଲି କହିଛନ୍ତି ଅମିତ୍ ଶାହା (ଏଜେନ୍ସି)